Sambad - Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
ବ୍ରହ୍ମପୁର: ବିଶାଖାପାଟଣାରୁ ଭୁବନେଶ୍ବରରେ ଅଭିମୁଖେ ଆସୁଥିବା ଇଣ୍ଟର୍ସିଟି ଏକ୍ସପ୍ରେସ୍(୨୨୮୨୦) ଆନ୍ଧ୍ରପ୍ରଦେଶର ପଲାସା ଷ୍ଟେସନ୍ ନିକଟରେ ଏକ ୧୦୮ ଆମ୍ବୁଲାନ୍ସକୁ ଧକ୍କା ଦେଇଛି। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର୍ ସମେତ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ରେଳ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରାକ୍ରେ ଫସି ରହିଥିବା ଆମ୍ବୁଲାନ୍ସ ବାହାର କରିବା ପରେ ଟ୍ରେନ୍ ପ୍ଲାଟଫର୍ମରେ ପ୍ରବେଶ କରିଥିଲା।
ସୂଚନା ଅନୁସାରେ ପ୍ରାୟ ସାଢ଼େ ୭ଟା ବେଳେ ପଲାସା ଷ୍ଟେସନ୍କୁ ବିଶାଖାପାଟଣା-ଭୁବନେଶ୍ବର ଇଣ୍ଟର୍ସିଟି ପ୍ରବେଶ କରୁଥିଲା। ଏହି ସମୟରେ ପ୍ଲାଟଫର୍ମ ପୂର୍ବରୁ ଥିବା ଏକ ମାନବବିହୀର ଫାଟକ ଦେଇ ୧୦୮ ଆମ୍ବୁଲାନ୍ସ ଯାଉଥିବା ବେଳେ ତାକୁ ଟ୍ରେନ୍ ଧକ୍କା ଦେଇଥିଲା। ଟ୍ରେନ୍ ଚାଳକ...
more... ଜରୁରୀକାଳୀନ ବ୍ରେକ୍ ଦେଇଥିଲେ। ତଥାପି ପ୍ରାୟ ୨ଶହ ମିଟର୍ ପର୍ଯ୍ୟନ୍ତ ଟ୍ରେନ୍ଟି ଆମ୍ବୁଲାନ୍ସକୁ ଘୋଷାଡ଼ି ନେଇଥିଲା। ଏଥିରେ ଡ୍ରାଇଭର୍ ଓ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ଫଲକନାମା ଟ୍ରେନ୍ରୁ ଓହ୍ଲାଇଥିବା ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପଲାସା ଷ୍ଟେସନ୍ର କର୍ମଚାରୀମାନେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ସମ୍ପୃକ୍ତ ଯାତ୍ରୀଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ପଲାସା ଷ୍ଟେସନ୍କୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। ପ୍ରାୟ ଦେଢ଼ ଘଣ୍ଟା ପରେ ଆମ୍ବୁଲାନ୍ସ ହଟାଇବା ପରେ ଟ୍ରେନ୍ ପ୍ଲାଟଫର୍ମରେ ପ୍ରବେଶ କରିଥିଲା।
ପୂର୍ବବର୍ତ୍ତୀ ଖବର
ଫିଲ୍ମର କାହାଣୀ ହେବ ସତ! ମଣିଷର ଏହି ଭୁଲ ପାଇଁ ଖୁବ ଶୀଘ୍ର ପୃଥିବୀକୁ ଆସିବେ ଏଲିୟନ
ପରବର୍ତ୍ତୀ ଖବର
ଡିଭିଏଫ୍ ଯବାନ-ମାଓବାଦୀ ଗୁଳି ବିନିମୟ: ଘଟଣାସ୍ଥଳରୁ ଏସ୍ଏଲ୍ଆର୍ ବନ୍ଧୁକ ଜବତ
ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି ଓଲିଉଡ ସୁନ୍ଦରୀ
ପବଜୀ ମୋବାଇଲ ଗେମ୍ ପାଇଁ ଖେଳାଳି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା, ସାମ୍ନାକୁ ଆସିଲା…
ଶେଷ ପର୍ଯ୍ୟାୟରେ ପହଞ୍ଚିଲା ୮୪୦ ମିଟର ସୁଡ଼ଙ୍ଗ କାମ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ…
ପୂର୍ବ ଲଦାଖ ନିକଟରେ ମିସାଇଲ୍ ରେଜିମେଣ୍ଟ୍ ମୁତୟନ ସହ ରାଜପଥ ନିର୍ମାଣ କରୁଛି ଚୀନ୍
ରାଜଧାନୀରୁ ଜଣେ ସୁପାରିକିଲର ଗିରଫ: ୨ଟି ବନ୍ଧୁକ ଓ ଗୁଳି ଜବତ
ତ୍ରିପୁରା ପୌର ନିର୍ବାଚନ: ୮ଟି ମୁନିସ୍ପାଲିଟିରେ ‘ବିଜେପି’ର ବିପୁଳ ବିଜୟ; ୬ଟିରେ ଅଗ୍ରଣୀ
ଆସନ୍ତା ୨ ତାରିଖରୁ ପୁଣି ଓଡ଼ିଶାରେ ବର୍ଷା, ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ
ପ୍ରସବ ବେଦନା ଆରମ୍ଭ ହେବାରୁ ସାଇକେଲ୍ ଚଢ଼ି ଡାକ୍ତରଖାନା ଯାଇ ଶିଶୁକୁ ଜନ୍ମ ଦେଲେ ନିଉଜିଲାଣ୍ଡ୍…
ବହୁ ଚର୍ଚ୍ଚିତ ଖବର
ଷ୍ଟେସନରେ ରିଜ୍ୟୁମ ଟାଙ୍ଗି ତିନି ଘଣ୍ଟାରେ ଯୁବକ ପାଇଲେ ଚାକିରି
ଏଣିକି ଏୟାରଟେଲ ମୋବାଇଲ ରିଚାର୍ଜ କରିବା ପଡ଼ିବ ମହଙ୍ଗା: କେଉଁ ପ୍ଲାନର…
ରୋଗୀଙ୍କ ସହ ଶାରୀରିକ ସମ୍ପର୍କ ରଖି ରୋଗ ଭଲ କରିବାକୁ ଦାବି କରୁଥିଲେ…
୨ ପୁଅ ପଚାରିଲେନି, ଜିଲ୍ଲାପାଳଙ୍କ ନାମରେ କୋଟି କୋଟି ଟଙ୍କାର…
୮୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ସଜ୍ଜା ପାଇଁ ଦୁଇଟି ଅଲିଭ ଗଛକୁ…
ସମ୍ବନ୍ଧିତ
ସାତ ବର୍ଷ ହେଲା ଦେଖା ନଥିଲା: ପୁଣି ବଡ଼ ପରଦାରେ ଜଲଓ୍ୱା ଦେଖାଇବେ ତିନି…
ପବଜୀ ମୋବାଇଲ ଗେମ୍ ପାଇଁ ଖେଳାଳି ଖର୍ଚ୍ଚ କରୁଛନ୍ତି କୋଟି କୋଟି…
ଶେଷ ପର୍ଯ୍ୟାୟରେ ପହଞ୍ଚିଲା ୮୪୦ ମିଟର ସୁଡ଼ଙ୍ଗ କାମ, ପ୍ରଧାନମନ୍ତ୍ରୀ ଓ…
ପୂର୍ବ ଲଦାଖ ନିକଟରେ ମିସାଇଲ୍ ରେଜିମେଣ୍ଟ୍ ମୁତୟନ ସହ ରାଜପଥ…
ରାଜଧାନୀରୁ ଜଣେ ସୁପାରିକିଲର ଗିରଫ: ୨ଟି ବନ୍ଧୁକ ଓ ଗୁଳି ଜବତ
Clear
28°